ନୂଆଦିଲ୍ଲୀ- ବିଜେପିର ଶୀର୍ଷ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ 4ଶହ ପାରର ସଂକଳ୍ପ ସହିତ ଆଜି ଜମ୍ମୁ-କଶ୍ମୀରରେ ଜନସଭାକୁ ସମ୍ବୋଧିତ କରିବେ । ଆଜି ସେ ରାଜସ୍ଥାନରେ ବିଜେପିର ରୋଡ ସୋରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ନେଇ ବିଜେପି ନିଜର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛି ।
ବିଜେପି ଏକ୍ସ ହ୍ୟାଣ୍ଡେଲ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କଶ୍ମୀରର ଉଧମପୁରରେ ସକାଳ 11ଟା ବେଳେ ବିଜେପିର ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ପହଂଚିବେ । ଏହା ପୂର୍ବରୁ ରାଜସ୍ଥାନର ବାଡମୋରରେ 2.15 ମିନିଟ ସମୟରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ଦୌସାରେ ସନ୍ଧ୍ୟା 4.45 ବିଜେପିର ରୋଡ ସୋରେ ସାମିଲ ହେବେ ।