Independence News:Dharmendra-Pradhans-Kuchinda-Rally

 ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ 

କୁଚିଣ୍ଡା, ୧୦/୦୪- ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମଜୁରୀପ୍ରାପ୍ତ ପଦବୀ ଖାଲି ପଡ଼ିଛି । ଶିଶୁ ଅପପୁଷ୍ଟି, ରକ୍ତହୀନତାର ଶୀକାର ହେଉଛି । ସମ୍ବଲପୁରରେ ୪୦.୭% ଶିଶୁ ବୟସ ତୁଳନାରେ କମ ଉଚ୍ଚତାର, ୨୫.୫% ଶିଶୁ ଉଚ୍ଚତା ଅନୁସାରେ କମ ଓଜନର, ୩୬.୩% ଶିଶୁ ଜନ୍ମ ବେଳେ କମ ଓଜନର ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିବା ସହିତ କହିଛନ୍ତି, କୁଚିଣ୍ଡା ଉପଖଣ୍ଡରେ ସ୍ଵୀକୃତ ୧୪୯ ଡାକ୍ତର ପଦବୀରୁ ମାତ୍ର ୪୮ ଜଣ ଡାକ୍ତର ଅଛନ୍ତି, ୧୦୧ ଡାକ୍ତର ପଦ ଖାଲି, କୁଚିଣ୍ଡା ସବ୍ ଡିଭିଜନ୍ ହସ୍ପିଟାଲରେ ସ୍ଵୀକୃତ ୧୮ ଟି ବିଶେଷଜ୍ଞ ପଦରୁ ମାତ୍ର ୧୧ ଜଣ ଡାକ୍ତର ଅଛନ୍ତି, ସ୍ତ୍ରୀରୋଗ ବିଶେଷଜ୍ଞ ପଦ ଏବେ ବି ଖାଲି! ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ୬୫ଟି ଡାକ୍ତର ପଦ ଖାଲି ପଡ଼ିଛି। କୁଚିଣ୍ଡା ରାଜ୍ୟର ଆଦିବାସୀ ଅଧ୍ୟୁଷିତ, ସିକିଲ ସେଲ ପୀଡିତ ଅଂଚଳ । ଅଧିକାଂଶ ସମୟରେ ଏଠାକାର ଚାଷୀ, ମେହନତି ମଣିଷ ରୋଗରେ ପଡ଼ୁଥିବା ବେଳେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଆବଶ୍ୟକ ଡାକ୍ତର ନାହାନ୍ତି । ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

ଆୟୁଷ୍ମାନ ଭବ, ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ହୋଇଯିବେ, ଏହି ଡର ସରକାରଙ୍କୁ ଘାରିଛି । ଓଡ଼ିଆ ହନ୍ତସନ୍ତ ହୁଅନ୍ତୁ, କିନ୍ତୁ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ନ ନିଅନ୍ତୁ ନ୍ୟାୟରେ ରାଜ୍ୟ ସରକାର ବସି ରହିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହାସହ କୁଚିଣ୍ଡା ବିଶାଳ ବାଇକ୍ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଯୁବକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୁଣି ଥରେ ମୋଦୀ ସରକାର, ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର ନାରା ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ, କୁଚିଣ୍ଡା ମାଟିରୁ ମହାଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠା ଟାଣ କରିବା, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଏହି ମହାଅଭିଯାନ । ଗରିବ, ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ବିକାଶମୁଖୀ ଯୋଜନାର ବଡ଼ ଲାଭାର୍ଥୀ, ଯୁବକ ଓ ଚାଷୀମାନେ ବଡ଼ ଭାଗିଦାରୀ । ଓଡ଼ିଶାରେ ଏସବୁକୁ ଲାଗୁ କରିବା ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ଏହି ଅଭିଯାନରେ ସ୍ୱତପ୍ରବୃତ୍ତ ଭାବେ ଲୋକେ ଯୋଗ ଦେଉଛନ୍ତି । 

ଏହା ପୂର୍ବରୁ ଶ୍ରୀ ପ୍ରଧାନ କୁଚିଣ୍ଡାର ପୁରାତନ ଜଗନ୍ନାଥ ମନ୍ଦିର ଓ ମହାବୀର ରଘୁନାଥ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ସାଙ୍ଗଠନିକ ଆଲୋଚନା କରିଥିଲେ ।

 

Author Image

Independence News

RELATED NEWS

0 Comments

leave a comment




Recent Posts

The Independence:Today-PM-Modi-will-hold-public-meetings-in-Jammu-and-Kashmir-and-Rajasthan

ଜମ୍ମୁ-କଶ୍ମୀର ଓ ରାଜସ୍ଥାନରେ ପିଏମ ମୋଦିଙ୍କ ଜନସଭା, ଦୌସାରେ କରିବେ ରୋଡ୍ ସୋ

The Independence:Dharmendra-Pradhans-Kuchinda-Rally

କୁଚିଣ୍ଡା ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ

The Independence:Champua-kendujhar-322

ପଳାସପଙ୍ଗା-ବାମେବାରୀ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କଣ୍ଡରାପଶି ପଞ୍ଚାୟତବାସୀ : ରାସ୍ତା ନିର୍ମାଣ ନ ହେଲେ ଟ୍ରକ ଚଳାଚଳ ବନ୍ଦ ସହିତ ଭୋଟ ବର୍ଜନ ନିଷ୍ପତ୍ତି

The Independence:Naxalite-kill-Congress-worker-in-Chhatishgarh

छत्तीसगढ़: नक्सलियों ने कांग्रेस कार्यकर्ता की हत्या की

The Independence:PMs-rally-in-UP

उत्तर प्रदेश को भाजपा ने दंगाइयों से मुक्त कर विकास को दी नई दिशा- प्रधानमंत्री

The Independence:Lata-Mangeshkars-bone-Godavari

लता मंगेशकर की अस्थियों का गोदावरी में विसर्जन

The Independence:Pakistan-drops-drugs-through-drones

पंजाब: पाकिस्तान ने ड्रोन से गिराए नशीले पदार्थ, बीएसएफ की फायरिंग करने पर वापस लौटा ड्रोन

The Independence:Sidhu-leaves-for-Vaishnodevi

प्रचार छोड़ नवजोत सिद्धू वैष्णो देवी रवाना

The Independence:Abu-Bakars-bail-plea-rejected

आतंकी साजिश रचने के अभिय़ुक्त अबू बकर की जमानत याचिका खारि

The Independence:Women-have-right-to-what-ever-they-want-says-Priyanka

महिलाओं को अपनी पसंद के कपड़े पहनने का हक : प्रियंका

The Independence:PM-to-visit-Punjab-on-14th

प्रधानमंत्री मोदी करेंगें 14 फरवरी को पंजाब का दौरा

The Independence:South-Korea-expresses-regrets-over-Hundai

हुंडाई की कश्मीर संबंधी पोस्ट पर दक्षिण कोरिया ने खेद व्यक्त किया

The Independence:PM-congratulates-to-Coast-Guard

प्रधानमंत्री ने भारतीय तटरक्षक बल को स्थापना दिवस पर दीं शुभकामनाएं

The Independence:Corona-cases-decreasing-in-Odisha

ओडिशा में घट रहे हैं कोरोना के मामले, गत 24 घंटों में कोरोना के 3086 नये मामले, जानिये किस जिले में कितने मरीज

The Independence:PMs-statement-before-Budget-session

संसद के बजट सत्र में मुक्त व मानवीय संवेदनाओं से भरी हुई चर्चा हो – प्रधानमंत्री

The Independence:Fire-in-Puri-Gandhdham-Train

नंदूरबार में गांधीधाम -पुरी एक्सप्रेस में लगी आग, कोई हताहत नहीं

The Independence:PM-speech-NCC-Cadets

देश को नशा मुक्त रखने में मदद करें एनसीसी-एनएसएस कैडेट्स : प्रधानमंत्री

The Independence:Om-Birla-in-Parliment-Building-before-Budget-Session

बजट सत्र से पहले लोकसभा अध्यक्ष ने संसद भवन परिसर का किया निरीक्षण

The Independence:Encounter-at-India-Pakistan-Border

भारत-पाक सीमा पर तस्करों से मुठभेड़, बीएसएफ जवान घायल,सर्च ऑपरेशन में हेरोइन व हथियार बरामद

The Independence:PM-tribute-to-Lajpat-Rai

लाला लाजयत राय को जयंती पर प्रधानमंत्री ने दी श्रद्धांजलि

The Independence:corona-cases-27012022

देश भर में कोरोना के नए मामलों कमी, गत 24 घंटे में दो लाख 51 हजार मरीज

The Independence:Prime-Minister-shares-Photos-of-Shimla-Station

प्रधानमंत्री मोदी ने शिमला रेलवे स्टेशन की बर्फबारी की फोटो शेयर की

The Independence:Uttarakhand-administration-removes-illegal-mosque-built-at-Tehri-Dam

टिहरी दामो में बनी अवैध मस्जिद को उत्तराखंड प्रशासन ने हटाया

The Independence:Subas-Chauhan-remembered

‘राष्ट्र के प्रति समर्पित थे सुवाष चौहान’

The Independence:VHP-demands-complete-ban-on-Tabligh

निजामुद्दीन मरकज व तबलीगी ज़मात पर लगे पूर्ण प्रतिबन्ध : विहिप